ବରଗଡ଼ରେ ଅଲୋଡ଼ା ଶିଶୁକନ୍ୟା: ପ୍ଲାଷ୍ଟିକ୍‌ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଡ୍ରେନ୍‌ରୁ ଉଦ୍ଧାର

ବରଗଡ ଅଫିସ/ପଦ୍ମପୁର,୧୪।୧୨- ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ବରଗଡ଼ ଜିଲା ପଦ୍ମପୁର ୱାର୍ଡ ନଂ -୬ ଶାସ୍ତ୍ରୀଛକ ନିକଟ ସାହିର ଏକ ଡ୍ରେନ୍‌ ଭିତରୁ ଶନିବାର ସକାଳୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଜଣେ ଲୋକ ସକାଳୁ ନିତ୍ୟକର୍ମ ପାଇଁ ବାହାରିଥିବାବେଳେ ରାସ୍ତାକଡ଼ରେ ଥିବା ଡ୍ରେନ୍‌ରୁ ଶିଶୁ କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ଫଳରେ ଡ୍ରେନ ପାଖକୁ ଯାଇଥିଲେ ଏବଂ ସେଠାରେ ଏକ ପ୍ଲାଷ୍ଟିକ୍‌ ଅଖା ଭିତରେ ଶିଶୁଟି ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ଅଖା ଖୋଲିଥିଲେ ଏବଂ ସେଥିରୁ ଶିଶୁକନ୍ୟାକୁ ବାହାର କରି ସ୍ଥାନୀୟ ଲୋକଙ୍କ ସହିତ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଶିଶୁକନ୍ୟାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଭଲ ହେବା ପରେ ସ୍ଥାନୀୟ ଜଣେ ଲୋକ ତାଙ୍କୁ ନିଜ ଘରକୁ ନେଇଥିବା ସୂଚନା ମିଳିଛି। ମାତ୍ର ଶିଶୁକନ୍ୟାଟି କାହାର ଏବଂ କେଉଁ ପରିସ୍ଥିତିରେ କିଏ ଶିଶୁକନ୍ୟାକୁ ଡ୍ରେନ ଭିତରକୁ ଫିଙ୍ଗି ଦେଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share