ବରଗଡ଼ରେ ବନ୍ଦର ପ୍ରଭାବ: କୋର୍ଟ ସମ୍ମୁଖରୁ ଫେରିଲେ ବିଚାରପତି

ବରଗଡ଼ ଅଫିସ,୫।୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିବାବେଳେ ଏହାର ଯଥେଷ୍ଟ ପ୍ରଭାବ ଅନୁଭୂତ ହୋଇଛି। ଦିନ ପ୍ରାୟ ସାଢେ ୧୦ଟାରେ ବିଚାରପତି ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବାକୁ କୋର୍ଟକୁ ଆସୁଥିଲେ। ତେବେ ସେମାନେ କୋର୍ଟରେ ପହଞ୍ଚିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ବନ୍ଦ ପାଳନକାରୀମାନେ ବନ୍ଦ ପାଳନର ଆଭିମୁଖ୍ୟ ଉପରେ କହିବା ସହିତ ସେଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ପରେ ବିଚାରପତି ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ ସେଠାରୁ ଫେରି ଯାଇଥିଲେ।

Share