Advertisement

ବରଗଡ଼ରେ ଫସିଛନ୍ତି ଛତିଶଗଡର ୩୦ ଶ୍ରମିକ

ବରଗଡ଼ ଅଫିସ୍,୪।୪- ଘାତକ କରୋନା(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ ହୋଇଛି। ଏଭଳି ପରିସ୍ଥିତିରେ ବରଗଡ଼କୁ କର୍ମ ଅନ୍ବେଷଣରେ ଆସିଥିବା ଛତିଶଗଡ଼ର ୩୦ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ଶିଶୁ ଏବଂ ୧୨ ମହିଳା ଅଛନ୍ତି। ବରଗଡ଼ ଲ କଲେଜ ପାଖ ଝୁମ୍ପୁଡିପଡାରେ ସେମାନେ ଆଶ୍ରୟ ନେଇଛନ୍ତି । କେହି ସହୃଦୟ ଖାଇବାକୁ ଦେଲେ ଖାଉଛନ୍ତି, ନଚେତ୍ ଭୋକ ଉପାସରେ ରହିବାକୁ ପଡୁଛି ବୋଲି ସେମାନଙ୍କ ମଧ୍ୟରେ ରହିଥିବା ଜଣେ ଶ୍ରମିକ ମେହେତର୍ ନିଶାଦ୍ କହିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel