ବରଗଡ଼ର ୩୫ ଶ୍ରମିକଙ୍କୁ ପଞ୍ଚାୟତ ଅଫିସରେ ଆଶ୍ରୟ ଦେଲା ପୁରୀ ଜିଲା ପ୍ରଶାସନ

ବରଗଡ଼ ଅଫିସ୍‌,୨।୫: ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରରେ ଇଟାଭାଟିରେ କାମ କରୁଥିବା କେତେକ ଶ୍ରମିକଙ୍କୁ ସେଠାକାର ଜିଲା ପ୍ରଶାସନ ସହଯୋଗ କରିଛି। ଏହି ଶ୍ରମିକମାନଙ୍କ ଘର ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁରେ। ଏହି ଗାଁର ୩୫ଜଣ ଶ୍ରମିକ ସେଠାକୁ ଇଟା ଗଢ଼ିବାକୁ ଯାଇଥିଲେ। ହେଲେ କରୋନା ମହାମାରୀ ଯୋଗୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରିଦେବା ପରେ ସେମାନଙ୍କ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ଫଳରେ ଭୋକ ଉପାସରରେ ଏହି ଶ୍ରମିକମାନେ ତମ୍ବୁ ତଳେ ଅସୁରକ୍ଷିତ ଭାବେ ରହିଥିଲେ। ଏହା ଜାଣିବା ପରେ ବରଗଡ଼ର ସାମାଜିକ କର୍ମୀ ଦିବସ କୁମାର ସାହୁ ପୁରୀ ଜିଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ଅସୁରକ୍ଷିତ ଅବସ୍ଥାରେ ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦେବାକୁ ନିବେଦନ କରିଥିଲେ । ଏହାପରେ ସମ୍ପୃକ୍ତ ଶ୍ରମିକମାନଙ୍କୁ ନିକଟସ୍ଥ ପଞ୍ଚାୟତ ଅଫିସକୁ ଅଣାଯାଇ ଆଶ୍ରୟ ଦିଅଯିବା ସହିତ ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା କରାଯାଇଛି।

Share