ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା ଦୃଶ୍ୟାଭିନୟ। ଚନ୍ଦ୍ରସେଣାଙ୍କ ସମେତ ଗୋପୀ,ଗୋପାଙ୍ଗନାମାନେ ଯମୁନା(ଜୀରାନଦୀ) ପାରି ହୋଇ ଗୋପପୁର(ଅମ୍ବାପାଲି)ରୁ ମଥୁରାନଗରୀ(ବରଗଡ଼)କୁ ପ୍ରବେଶ କରି ଦହି ବିକିଛନ୍ତି। ଗୋପୀ, ଗୋପାଙ୍ଗନାଙ୍କ ଏହି ଦହିବିକା ଦୃଶ୍ୟ ଧନୁଯାତ୍ରା ମହୋତ୍ସବରେ ଦର୍ଶକ ମହଲରେ ଅନ୍ୟତମ ଆକର୍ଷଣ ପାଲଟିଛି।

Share