ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଜେଡି ପ୍ରତିନିଧି ଦଳ

ବରଗଡ଼ ଅଫିସ, ୪।୩- ବରଗଡ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ତଥା ଏହାକୁ ସିଟି ହସପିଟାଲ ଘୋଷଣା ଦାବିରେ ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ସୋମବାର ଜନଆନ୍ଦୋଳନ ହେବା ପରେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯାଇଛି। ତଥାପି ଅସନ୍ତୋଷ କୁହୁଳୁଛି। ଏହି କ୍ରମରେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଗହଣରେ ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫେରାଦ ହେବେ। ମଙ୍ଗଳବାର ପୂର୍ବାହ୍ନରେ ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଧାୟକ ଆଚାର୍ଯ୍ୟଙ୍କ ସମେତ ଦଳର ବରିଷ୍ଠ ନେତା, କର୍ମୀମାନେ ଉପସ୍ଥିତ ଥିଲେ।

Share