ବରଗଡ଼ ରେଳଷ୍ଟେଶନରୁ ଶିଶୁ ଉଦ୍ଧାର ଘଟଣା, ୩ ଦିନ ପରେ ମଧ୍ୟ ମିଳୁନି ପରିଚୟ

ବରଗଡ଼ ଅଫିସ, ୨୯।୭: ବରଗଡ଼ ରେଳଷ୍ଟେଶନ ପ୍ଲାଟଫର୍ମରୁ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ଶିଶୁଙ୍କୁ ଗତ ୨୭ ତାରିଖରୁ ଆର୍‌ପିଏଫ୍‌ ପକ୍ଷରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଶିଶୁକୁ ସ୍ଥାନୀୟ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯାଇଛି। ମାତ୍ର ଶିଶୁଟି କିଛି କହିପାରୁ ନ ଥିବାରୁ ପରିଚୟ ମିଳିପାରି ନାହିଁ। ସୋମବାର ଶିଶୁଙ୍କୁ ସ୍ଥାନୀୟ ଶାରୀରିକ ଭିନ୍ନକ୍ଷମ ସ୍କୁଲକୁ ନିଆଯାଇଥିଲା। ମାତ୍ର ସେଠାରୁ ଅଧିକ କିଛି ଜଣାପଡ଼ି ନାହିଁ।

Share