ବରଗଡ଼ ଅଫିସ୍,୨୪।୫- ବରଗଡ଼ ଜିଲାକୁ କରୋନା(କୋଭିଡ୍-୧୯) ଭୂତାଣୁ ପ୍ରବେଶ କରିଛି । ବରଗଡ଼ ସହରସ୍ଥିତ ୱାର୍ଡ଼ ନଂ -୧୪ ସୁବାସ ନଗରର ଜଣେ ବାସିନ୍ଦା ଏଥିରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତାଙ୍କ ସ୍ବାବ୍ ନମୁନା ପଜିଟିଭ୍ ଆସିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତ ଜଣକ ଗତ କିଛିଦିନ ତଳେ ବମ୍ବେରୁ ଫେରି ହୋମ କ୍ବାରାଣ୍ଟାଇନରେ ଥିଲେ। ବରଗଡ଼ ହେଡ୍ କ୍ବାର୍ଟରରୁ ଏଭଳି ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସତର୍କତା, ସଚେତନତା ଅବଲମ୍ବନ ନ କଲେ ଆଗକୁ ଏହି ସଂକ୍ରମଣକୁ ଆହୁରି ଅଧିକ ହେବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି। ସଂକ୍ରମିତ ଚିହ୍ନଟ ହେବା ପରେ ସୁବାସ ନଗରକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।