ବରଣ୍ଡୁଆ ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ଦୁର୍ବ୍ୟବହାର, ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ

ପଦ୍ମପୁର, ୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବରଣ୍ଡୁଆ ଗ୍ରାମର ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଏ ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ସରପଞ୍ଚଙ୍କର ସ୍ବାମୀ ଅନ୍ତେବାସୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିଲେ।
କେନ୍ଦ୍ରର ସଫେଇ ପାଇଁ ସରକାର ପ୍ରତିଦିନ ଦୁଇ ହଜାର ଟଙ୍କା ଦେଉଥିବା ବେଳେ ଅସ୍ବାସ୍ଥ୍ୟକର ପରିବେଶରେ ଅନ୍ତେବାସୀ ରହୁଛନ୍ତି। ଏ ନେଇ ଅଭିଯୋଗ କଲେ ମାଡ଼ ମାରିବାକୁ ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏ ନେଇ ବିଡିଓଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।