ବରଦା ଦାସ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତ ହୋଇଛନ୍ତି। ବରଦା ପ୍ରସନ୍ନ ତାଙ୍କର ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଟିଟିଲାଗଡ଼, ନୟାଗଡ଼, ବାଙ୍କୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼ ଆଦି ସ୍ଥାନରେ ଲୋକ ସମ୍ପର୍କ ଅଧିକାରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ସୂଚନା ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଜଣେ ଅଧିକାରୀ ସହିତ ସେ ଜଣେ ସୁଲେଖକ, ସୁବକ୍ତା, ସଙ୍ଗଠକ ଓ ସାହିତି୍ୟକ ଭାବେ ସୁପରିଚିତ।

Share