ଡେରାଡୁନ୍,୨୪।୫: ଉତ୍ତରାଖଣ୍ଡ ଚାମୋଲି ଜିଲାରେ ଥିବା ଗୁରୁଦ୍ୱାରା ହେମକୁଣ୍ଡ ସାହିବ ସମ୍ପୂର୍ଣ୍ଣଭାବେ ବରଫରେ ଆଚ୍ଛାଦିତ ହୋଇଯାଇଛି। ଲକ୍ଡାଉନ୍ ଯୋଗୁ ହେମକୁଣ୍ଡ ସାହିବ ଶ୍ରଦ୍ଧାଳୁ ପାଇଁ ଏବେ ବନ୍ଦ ରହିଛି। ପ୍ରବଳ ବରଫାପାତ ଯୋଗୁ ଗୁରୁଦ୍ୱାରା ଉପରେ ୧୦ ଫୁଟ ଉଚ୍ଚାର ବରଫ ଜମି ରହିଛି। ସ୍ଥିତିରେ ସୁଧାର ନ ଆସିଲେ ଲକ୍ଡାଉନ୍ ପରେ ଶ୍ରଦ୍ଧାଳୁମାନେ ଗୁରୁଦ୍ୱାରାକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି କୁହାଯାଉଛି। ସମ୍ପ୍ରତି ପରିଚାଳକଙ୍କ ସମେତ କିଛି ସହାୟକ ଗୁରୁଦ୍ୱାରାର ରକ୍ଷାଣବେକ୍ଷଣ କରୁଛନ୍ତି। ସୂଚନାଯୋଗ୍ୟ, ଏକ ହ୍ରଦ ମଧ୍ୟରେ ଥିବା ହେମକୁଣ୍ଡ ସାହିବ ଗୁରୁଦ୍ୱାରାକୁ ପ୍ରତିବର୍ଷ ପୃଥିବୀର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଏଠାରେ ଦଶମ ଶିଖ୍ ଗୁରୁ ଗୋବିନ୍ଦ ସିଂ ଧ୍ୟାନ କରିଥିବା ଶ୍ରଦ୍ଧାଳୁ କହିଥାନ୍ତି।