Categories: ଫୁରସତ

ବରଫରେ ସ୍ପୋର୍ଟସ କାର୍‌ ନିର୍ମାଣ କଲେ ଯୁବକ

ଶ୍ରୀନଗର, ୨୦।୧: ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ ହେଉଛି। ଜୁବୈର ଅହମ୍ମଦ ନାମକ ଜଣେ ଯୁବକ ଏହି ବରଫରେ ଏକ ଅଦ୍ଭୁତ କଳା ପ୍ରଦର୍ଶନ କରିଛନ୍ତି। ସେ ବରଫରେ ଏକ ସ୍ପୋର୍ଟସ କାର୍‌ ନିର୍ମାଣ କରିଛନ୍ତି। ବଡଗାମର ରାସ୍ତା କଡରେ ନିର୍ମିତ ଏହି କାର୍‌କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଛି। ପର୍ଯ୍ୟଟକମାନେ ସେଲଫି ନେବା ପାଇଁ କାର୍‌ ନିକଟରେ ଭିଡ ଜମାଇଛନ୍ତି। ଜୁବୈର୍‌ ଦୁଇ ଦିନରେ ଏହି କାର ନିର୍ମାଣ କରିଛନ୍ତି। ସୂଚନାଯୋଗ୍ୟ, ଜୁବୈର ଜଣେ ଆଇସ୍‌ ଆର୍ଟିଷ୍ଟ ଭାବେ ଜଣାଶୁଣା। ଏହାପୂର୍ବରୁ ସେ ବରଫରେ ହେଲିକପ୍ଟର, ଭାଲୁ, ବାଇକ୍‌ ଏବଂ ଟ୍ରେନ୍‌ ଭଳି କଳାକୃତି ନିର୍ମାଣ କରିଛନ୍ତି।

Share