Categories: ଜାତୀୟ

ବରମୁଡ଼ା, ଶର୍ଟସ୍‌ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ ୪ ଗୁଣା ଜରିମାନା

ଲକ୍ଷ୍ନୌ,୧୦।୯: ନୂଆ ଟ୍ରାଫିକ୍‌ ନିୟମ ଅନୁସାରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବରମୁଡ଼ା, ଶର୍ଟସ୍‌ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇବାକୁ ବାରଣ କରାଯାଉଛି। ଏପରି କରୁଥିବା ଚାଳକଙ୍କୁ ୪ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସ୍ଥାନୀୟ ଟ୍ରାଫିକ୍‌ ଏସ୍‌ପି ସୂଚନା ଦେଇଛନ୍ତି।

Share