ବରଯାତ୍ରୀ ନେଇ ଆସିଥିବା ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟଣା,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଦହିବୁଡା ହୁଡିସାହି ବାଙ୍କ ନିକଟରେ ଶନିବାର ସକାଳେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତଜଣଙ୍କ ହେଲେ ପଣସଗଡ଼ିଆ ଗଁାର ଚକ୍ର ଶୁଣ୍ଢି(୨୬)। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ପିକଅପ୍‌ ଭ୍ୟାନ ଡିଜେ ଗାଡିଟି ପଣସଗଡ଼ିଆରୁ ବରଯାତ୍ରୀ ପ୍ରୋସେସନ ପାଇଁ ନୂଆଗାଁକୁ ଆସିଥିଲା। ବାହାଘର ସରିବା ପରେ ଶନିବାର ସକାଳୁ ଡିଜେ ଗାଡିଟି ପଣସ ଗଡ଼ିଆ ଫେରୁଥିବା ବେଳେ ହୁଡିସାହି ବାଙ୍କ ନିକଟରେ ଭାରସାମ୍ୟ ହରାଇ ବିଲ ଭିତରେ ଓଲଟି ପଡ଼ିଥିଲା। ଗାଡି ତଳେ ଚାପି ହୋଇ ଚକ୍ରଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଅପରପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ସୂଚନା ମୁତାବକ, ଗୁରୁତରଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।

Share