Advertisement

ବରଷାରେ ଘର ଭାଂଗ୍‌ଲା: ବାସ୍‌ହରା ହେଲେ ନିସାହା ପରିବାର

ଲୋଇସିଂହା,୨୩।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗଁାର ବିଧବା ମହିଲା ଜାହ୍ନବି ପଟେଲକଁର ଘରର କଁାଥି ମଙ୍ଗଲବାର ରାତିରେ ଭାଂଗି ଯାଇଛେ। ମା’ଝି ରାତିରେ ଖାଇପିଇ ଶୁଇଥିଲାବେଲେ ହଠାତ୍‌ ଅଧ୍‌ ରାତିରେ ଘରର କଁାଥି ମାଡ଼ି ବସିଥିଲା। ହେଲେ ଅଲପ୍‌କେ ମା’ଝି ଗୁଟେ ବଡ଼ ଦୁରଘଟନାରୁ ବରତି ଯାଇଛନ୍‌।
ସୂଚନା ଅନ୍‌ସାରେ ଯୋଗୀସର୍ଡା ପଁଚେତ୍‌ ସଦର ଗଁାର ସ୍ବର୍ଗତ କମ୍ବୁଧର ପଟେଲକଁର ବିଧବା ମାଏକିନା ଜାହ୍ନବୀ ପଟେଲ। ଗୁଟେ ବଲି ଝି’ ବୀଣା(୧୧)କେ ନେଇ ତାକର ସଁସାର। କମ୍ବୁଧର ପେଶାରେ ଝନେ ଡ୍ରାଇଭର ଥିଲେ। ସେଥ୍‌ରୁ ସେ ଯାହା କମଉଥିଲେ କୁଟୁମ୍‌ଟା ସୁଖେସୁଖେ ଚଲିଯାଉଥିଲେ। ହେଲେ ଗଲା ଜାନୁୟାରୀ ୨୦୧୭ ରେ କମ୍ବୁ ଗୁଟେ ଦୁରଘଟନାର ଶିକାର ହେଇ ଆରପାରକେ ଚାଲିଯାଇଥିଲେ। ଆପ୍‌ନେକେ ହରେଇ ଜାହ୍ନବୀ ଭାଂଗି ପଡ଼ିଥିଲେ। ପଛେ ସେ ନିଜକୁ ନିଜେ ବୁଝେଇ କୁଲିମଜୁରି କରି ଝି’କେ ପାଲୁଛନ୍‌। ହେଲେ ଦୁଖ୍‌ ଦୁରଦଶା ଇ ପରିବାରର ପିଛା ନାଇଁ ଛାଡ଼ବାର। ଦୁଖର ଉପରେ ଲଲିତା ବିଡ଼ା ଲେଖେଁ ମା’ଝି ମଙ୍ଗଲବାର ରାତି ଖାଇପିଇ ଶୁଇଥିଲା ବେଲେ ତାକର ଘରର କଁାଥିଟା ଭାଂଗି ଯାଇଥିଲା। ହେଲେ କଁାଥିଟା ବାହାର ଫାଲ୍‌କେ ପଡ଼ଲାରୁ ମା’ଝି ଅଲପ୍‌କେ ଗୁଟେ ବଡ଼ ବିପଦ୍‌ରୁ ରକ୍ଷା ପାଇଯାଇଛନ୍‌। ଏହେଦେ ମା’ଝି କେନ୍‌ନେ ରହିବେ ସେ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ଆପ୍‌ନେ କମ୍ବୁଧର ଚାଲିଯିବାର ୧୮ ମାସ୍‌ ବିତିଯାଇଥିଲେ ବି ଜାହ୍ନବୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ପଁଚେତ୍‌ରୁ ମିଲୁଥିବାର ପିଡିଏସ୍‌ ଚାଉଲ ସେମାନକର ସାହାଭରସା। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘର ଖଁଡ଼େ ଆର ଜାହ୍ନବୀକୁଁ ବିଧବା ଭତା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share