ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳଙ୍କ ଇସ୍ତଫା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଏହି ଅଫିସର ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଇଛନ୍ତି। ସେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ ଜାନୁଆରୀରେ ସେ ଅବସର ଗ୍ରହଣ କରିବାକୁ ଥିବା ବେଳେ ଏବେ ତାଙ୍କର ଇସ୍ତଫାକୁ ନେଇ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି।

ନିକଟରେ ତାଙ୍କ ସ୍ଥାନରେ ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଆଇଏଏସ୍‌ ଅଦଳବଦଳ ବେଳେ ତାଙ୍କୁ ଅସମ୍ମାନୀତ କରାଯାଇଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷେ ତାଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ଅବସ୍ଥାପିତ କରାଯିବା ନେଇ ଚର୍ଚ୍ଚା ହେଉଛି। ଦୀର୍ଘଦିନରୁ ଏହି ପଦବୀଟି ଖାଲି ପଡ଼ିଥିବା ବେଳେ ଗଗନ ଏଥିରେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି।