ଖଇରା, ୩।୪(ଡି.ଏନ.ଏ.)-ଖଇରା ବରିଷ୍ଠ ନାଗରିକ ମଞ୍ଚ ଓ କୁପାରୀ ଗଡଚଣ୍ଡୀ ସାଂସ୍କୃତିକ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଢିକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି। ଗୁରୁବାର ପୂର୍ବାହ୍ନରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶରତ କୁମାର ବିଶ୍ୱାଳ, ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, କୋଷାଧ୍ୟକ୍ଷ ଅନାମ ଚରଣ ପଣ୍ଡା, ଜଗତାନନ୍ଦ ମହାପାତ୍ର, ସନ୍ତୋଷ କୁମାର ଶତପଥୀ ପ୍ରମୁଖ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ୨୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ା ସେହିଭଳି ଗଡଚଣ୍ଡୀ ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ଶରତ କୁମାର ବିଶ୍ୱାଳ ୫ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି ା ଏହାବ୍ୟତୀତ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତଙ୍କ ପକ୍ଷରୁ ଆର୍ଥତ୍କ ସହାୟତା ବିଡିଓଙ୍କ ମାଧ୍ୟମରେ ଦିଆଯାଇଛି ା