ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୩୦ା୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରାଯାଇଛି। ଗୁରୁବାର ସଂଘ ଉପସଭାପତି ଆଇନଜୀବୀ ଇନ୍ଦ୍ରମଣି ଦାଶ, ସମ୍ପାଦକ ନାରାୟଣ ପ୍ରସାଦ ରାୟଗୁରୁ, କୋଷାଧ୍ୟକ୍ଷ ବେଦବ୍ୟାସ ତ୍ରିପାଠୀ, ବରିଷ୍ଠ ସଭ୍ୟ କୃପାସିନ୍ଧୁ ପାଣିଗ୍ରାହୀ ଓ ଆଇନଜୀବୀ ବ୍ୟୋମକେଶ ଦାଶ ପ୍ରମୁଖ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ୨୧ହଜାର ୫୦୦ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

Share