ବରୀରେ ୧୭୩ ସ୍ବାବ୍‌ ସଂଗ୍ରହ

ରତ୍ନଗିରି,୧୨।୫(ଡି.ଏନ.ଏ)-ବରୀ ବ୍ଲକରେ କାର୍ଯ୍ୟରତ ସ୍ବାସ୍ଥ୍ୟବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ପଦ ପଦବୀ ଦାୟିତ୍ୱରେ ଥିବା ବିଭିନ୍ନ କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ସ୍ବାସ୍ଥ୍ୟକର୍ମୀ ମନୋରଞ୍ଜନ ପୋଥାଳଙ୍କ ସହଯୋଗରେ ମଙ୍ଗଳବାର ମୋଟ୍‌ ୧୭୩ ସ୍ବାବ ସଂଗ୍ରହ କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. କୌଶିକ ପାତ୍ର ସୂଚନା ଦେଇଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. କୌଶିକ ପାତ୍ର, ସ୍ବାସ୍ଥ୍ୟ କର୍ମୀ ମୁକୁନ୍ଦ ନାୟକ, ମାନଗୋବିନ୍ଦ ସାମଲ, ପ୍ରିୟରଞ୍ଜନ ସାହୁ, ସାଗର ଦାସ ସହଯୋଗ କରିଥିଲେ।