ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ପ୍ରତିବାଦରେ ଅନଶନ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ

ବରୀ/ରତ୍ନଗିରି,୧୦ା୯(ସ୍ବ.ପ୍ର./ଡି.ଏନ୍‌.ଏ.)- ବରୀ ନିର୍ବାଚନମଣ୍ଡଳୀ ଅଧୀନ ଅଲ୍ଲୀପୁରସ୍ଥିତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡିବା ପ୍ରତିବାଦରେ ସୋମବାର ଆଶ୍ୱାସନା ପରିବର୍ତ୍ତନର ଏକ ଭିନ୍ନ ସ୍ବର ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆମରଣ ଅନଶନ ଦିଆଯାଇଛି। ସନ୍ଧ୍ୟାରେ ଘଟଣା ସ୍ଥଳରେ ବରୀ ବ୍ଲକ ଅଧ୍ୟକ୍ଷା ସୁଭାଶିନୀ ନାଥ ଶର୍ମା ପହଞ୍ଚତ୍ ଅନଶନକାରୀଙ୍କ ସହ ଆଲୋଚନା କରିବା ସହ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଧିତ୍ୱରେ ଥିବା ଡାକ୍ତର ପହଞ୍ଚତ୍ ଅନଶନକାରୀଙ୍କୁ ବୁଝାଶୁଝା କରିବା ସହିତ ଖୁବ୍‌ଶୀଘ୍ର ସମସ୍ତ ଦାବି ପୂରଣ କରିବା କ୍ଷେତ୍ରରେ ପ୍ରଶାସନ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଏହି ବ୍ଲକର ପାଖାପାଖି ୨୯ଟି ପଞ୍ଚାୟତର ଜନସାଧାରଣ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ଭର କରନ୍ତି। ଏଠାରେ ୬ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୨ଜଣ ରହିଛନ୍ତି। ସେହିପରି ବରୀ ବ୍ଲକ ବାଲିଆ, କଳାମାଟିଆ, ଶେରପୁର, ରତ୍ନଗିରିରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଡାକ୍ତର ଏବଂ କର୍ମଚାରୀ ପଦବୀ ଖାଲିପଡ଼ିଛି। ଏ ଦିଗରେ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହଁି। ଫଳରେ ଲୋକେ ସାମାନ୍ୟ ଚିକିତ୍ସା ପାଇଁ ମଧ୍ୟ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଆମରଣ ଅନଶନ କରାଯାଇଥିବା ଅନଶନକାରୀ ଲକ୍ଷ୍ମଣ ମଲ୍ଲିକ କହିଛନ୍ତି। ଶ୍ରବଣ ଦାସ, ଦେବ କଲ୍ୟାଣ, ଧର୍ମେନ୍ଦ୍ର ପଣ୍ଡା, ଦୀପକ ଭରଦ୍ୱାଜ, ସୁବ୍ରତ ଜେନା, ମାନସ ରଞ୍ଜନ ସାମଲ, ଆଲୋକ ପରିଡ଼ା, ପ୍ରସା‘ ପଢିହାରୀ , ଅରୁଣ କୁମାର ଜେନା , ରବିକାନ୍ତ ପଢିହାରି, କୁଳମଣି ଶୁକ୍ଳ, ଶ୍ରବଣ ଦାଶ, ଲିଟୁ ପଣ୍ଡା, ଦୁର୍ଯ୍ୟୋଧନ ଶତପଥୀ ପ୍ରମୁଖ ଅନଶନରେ ସାମିଲ୍‌ ହୋଇଥିଲେ। ଏ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା, ବିଧାୟିକା ବରୀ, ସ୍ବାସ୍ଥ୍ୟ ସଚିବ ଓଡ଼ିଶା, କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ସିଡିଏମ୍‌ଓ ଯାଜପୁରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରା ପ୍ରାପ୍ତ ଅଧିକାରୀ ଜୀନତ ଦାସଙ୍କ ଜରିଆରେ ପ୍ରଦାନ କରିଥିଲେ।
ଫଟୋ–