Categories: ଜାତୀୟ

ବର୍ଜ୍ୟବସ୍ତୁ ଜମା କଲେ ମିଳିବ ସ୍ମାର୍ଟଫୋନ୍‌-ଗ୍ରାଇଣ୍ଡର-ଓ୍ବାଶିଂ ମେସିନ୍‌ ପୁରସ୍କାର

ରୁଦ୍ରପ୍ରୟାଗ,୭।୭: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ସ୍ବଚ୍ଛତା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ଅଭିନବ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲାପାଳ ମଙ୍ଗେଶ୍‌ ଘିଲ୍ଡିୟାଲ୍‌ ବର୍ଜ୍ୟବସ୍ତୁ ଜମା କରୁଥିବା ଲୋକଙ୍କୁ ସ୍ମାର୍ଟଫୋନ୍‌-ଗ୍ରାଇଣ୍ଡର-ଓ୍ବାଶିଂ ମେସିିନ୍‌ ଆଦି ବିଭିନ୍ନ ପୁରସ୍କାର ଦେବା ଲାଗି ଘୋଷଣା କରିଛନ୍ତି। ଏଥି ପାଇଁ ପ୍ରତିଦିନ ଘରଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ ହେଉଥିବା ଅଭିଯାନ ଅନ୍ତର୍ଗତ ବର୍ଜ୍ୟ ପଦାର୍ଥରୁ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ଅଲଗା କରି ନିଯୁକ୍ତ ହୋଇଥିବା ପରିବେଶ ମିତ୍ରଙ୍କୁ ଦେବାକୁ ପଡ଼ିବ। ପରିବେଶ ମିତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ କୁପନ ଦେବେ। ପରେ କୁପନ ମଧ୍ୟରୁ ଲକି ଡ୍ର ମାଧ୍ୟମରେ ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଜିଲାପାଳଙ୍କ ଏହି ଯୋଜନାକୁ ସ୍ଥାନୀୟ ଲୋକେ ସ୍ବାଗତ କରିଛନ୍ତି।

Share