ବର୍ଜ୍ୟବସ୍ତୁ ଦେଲେ ମାଗଣାରେ ଖାଇବେ

ଭୋପାଳ: ବର୍ଜ୍ୟବସ୍ତୁ ଆଣ ଓ ମାଗଣାରେ ଖାଅ- ଏମିତି ଏକ ଯୋଜନା ଆରମ୍ଭ କରାଯାଇଛି ମଧ୍ୟପ୍ରଦେଶର ଛିଣ୍ଡଓ୍ବାଡା ନଗର ନିଗମରେ । ଏହି ଯୋଜନା ସହରରେ ସ୍ବଚ୍ଛ ଭାରତ ଅଭିଯାନକୁ ଅହୁରି ସକ୍ରିୟ କରିପାରିବ ବୋଲି କହିଛନ୍ତି ନଗର ନିଗମର ଅଧିକାରୀମାନେ । ସହରକୁ ଆବର୍ଜନାମୁକ୍ତ କରିବା ପାଇଁ ଏପରିି ଯୋଜନା କରାଯାଇଛି। ଯୋଜନା ମୁତାବକ ଛିଣ୍ଡଓ୍ବାଡାର ସ୍ଥାନୀୟ ଲୋକମାନେ ରାସ୍ତାରେ ପଡିଥିବା ବର୍ଜ୍ୟବସ୍ତୁକୁ ପ୍ଲାଷ୍ଟିକ ଅଖାରେ ଭର୍ତ୍ତି କରି ନଗର ନିଗମ ପାଖରେ ପହଞ୍ଚାଇଦେଲେ ସେମାନଙ୍କୁ ଏହା ବଦଳରେ ଏକ ଫୁଡ କୁପନ ଦିଆଯିବ ଓ ତାହାକୁ ଦେଖାଇ ସେମାନେ ମାଗଣାରେ ଭୋଜନ କରିପାରିବେ । ଜିଲାରେ ୧୫୦ ଜଣ ପଞ୍ଜିକୃତ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ପୂର୍ବରୁ ସହରରେ ରୋଷେଇ ବ୍ୟବସ୍ଥା କରାଯାଇ ମାଗଣାରେ ଖାଇବାକୁ ଦିଆଯାଉଥିଲା। କିନ୍ତୁ ଏବେ ଏଭଳି ଯୋଜନା କରାଯିବାର ଲକ୍ଷ୍ୟ ହେଉଛି, ସାରା ସହରରୁ ଯିଏ ବି ବର୍ଜ୍ୟବସ୍ତୁ ସଂଗ୍ରହ କରି ଆଣି ନଗର ନିଗମ ୟୁନିଟରେ ଜମାଦେବେ ସେମାନଙ୍କୁ ଫୁଡ କୁପନ ଦିଆଯିବ ଓ ମାଗଣାରେ ଖାଇବାର ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ସହରରେ ଥିବା ଯେକୌଣସି ବ୍ୟବସାୟୀ ଯଦି ସେମାନଙ୍କ କର୍ମଚାରୀଙ୍କୁ ବର୍ଜ୍ୟବସ୍ତୁ ଦେଇ ୟୁନିଟରେ ଜମା କରାନ୍ତି ତେବେ ସେହି କର୍ମଚାରୀଙ୍କୁ ମଧ୍ୟ ମାଗଣାରେ ଭୋଜନ ଦିଆଯିବ ବୋଲି ନଗର ନିଗମର ଅଧ୍ୟକ୍ଷ କହିଛନ୍ତି। ଏବେ ସୁଦ୍ଧା ଏହି ଯୋଜନାରେ ୭୯ ଜଣଙ୍କୁ ଫୁଡ କୁପନ ବଣ୍ଟାଯାଇଛି।

Share