ବର୍ଡର ସିଲ୍‌ ହେବା ପରେ ଦିଲ୍ଲୀ-ଗୁରୁଗ୍ରାମରେ ରାସ୍ତା ଜାମ୍‌: ପାସ୍‌ଧାରୀଙ୍କୁ ବି ମିଳିଲାନି ଅନୁମତି

ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍‌ ବଢ଼ୁଥିବା ମାମଲାକୁ ଦେଖି ହରିୟାଣା ସରକାର ଦିଲ୍ଲୀ ନିକଟସ୍ଥ ସୀମାକୁ ପୁଣି ଥରେ ସିଲ୍‌ କରିଦେଇଛନ୍ତି। ଗୁରୁବାର ରାତିରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଶୁକ୍ରବାର ସକାଳେ ଏହାର ପ୍ରଭାବ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଶୁକ୍ରବାର ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ବହୁ ଦୂର ପର୍ଯ୍ୟନ୍ତ ଗାଡ଼ିମାନଙ୍କର ଲମ୍ବା ଲାଇନ ଲାଗିଥିବା ଦୃଶ୍ୟ ନଜର ଆସିଛି। ଏତଦ୍‌ ବ୍ୟତୀତ ବନ୍ଦରପୁର ସୀମା ନିକଟରେ ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଛି। ଏମାନଙ୍କ ମଧ୍ୟରେ ଏଭଳି ଲୋକ ରହିଛନ୍ତି ଯେଉଁମାନଙ୍କ ପାଖରେ ପାସ୍‌ ରହିଛି ହେଲେ ପ୍ରଶାସନ ସେମାନଙ୍କୁ ଯିବାକୁ ଅନୁମତି ଦେଉ ନ ଥିବା ଅଭିଯୋଗ ହୋଇଛି।

Share