ଭାଟିକାନ୍ ସିଟି,୪ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍ଙ୍କ ମୃତ୍ୟୁକୁ ନେଇ କ୍ୟାଥୋଲିକ୍ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ଶୋକବ୍ୟକ୍ତ କରିଛନ୍ତି। ପୋପ୍ ଫ୍ଲୟଡ୍ଙ୍କ ମୃତ୍ୟୁକୁ ବର୍ଣ୍ଣବୈଷମ୍ୟ ପାପର ପରିଣାମ ଭାବେ ଅଭିହିତ କରି ତାଙ୍କ ଆମତ୍ାର ସତ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସପ୍ତାହିକ ବୁଧବାର ଅଡିଏନ୍ସରେ ପୋପ୍ କହିଛନ୍ତି, ଫ୍ଲୟଡ୍ଙ୍କ ମୃତ୍ୟୁ ପରେ ଆମେରିକାରେ ସାମାଜିକ ଅଶାନ୍ତି ସୃଷ୍ଟି ହୋଇଛି। ହିଂସାରୁ କିଛି ମିଳେ ନାହିଁ, କିନ୍ତୁ ବହୁତ କ୍ଷତି ସାଧିତ ହୁଏ। ଏଥିଲାଗି ଜାତୀୟ ସ୍ତରରେ ଆଲୋଚନା ଜରିଆରେ ସମାଧାନ ଆବଶ୍ୟକ। ବର୍ଣ୍ଣବୈଷମ୍ୟକୁ ଆମେ ସହିପାରିବା ନାହିଁ କି ଏଥିପ୍ରତି ଆଖି ବୁଜିଦେଇ ପାରିବାନି।