ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଫେରିଲେଣି ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ, ଗଞ୍ଜାମକୁ ସର୍ବାଧିକ ଫେରିଛନ୍ତି ୫୫,୫୬୭: ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାକୁ ୧ ଲକ୍ଷ ୩୩ ହଜାର ୨୪୫ ପ୍ରବାସୀ ଶ୍ରମିକ ଆସିଛନ୍ତି। ଏନେଇ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାକୁ ସର୍ବାଧିକ ୫୫, ୫୬୭ ପ୍ରବାସୀ ଫେରିଛନ୍ତି। ପ୍ରବାସୀଙ୍କ ବୃଦ୍ଧି ଦେଖି ଗଞ୍ଜାମରେ କୋଭିଡ୍‌-୧୯ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ସେହିପରି ବାଲେଶ୍ୱରକୁ ୧୧, ୩୬୮ ଜଣ ପ୍ରବାସୀ ଫେରିଥିବା ବେଳେ କଟକକୁ ଫେରିଛନ୍ତି ୮,୧୯୮ ଜଣ। ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ାରେ ମଧ୍ୟ କ୍ୱାରାଣ୍ଟାଇନ୍‌ ବେଡ୍‌ ବୃଦ୍ଧି କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। କୌଣସି ହସ୍ପିଟାଲ ଆଳ ଦେଖାଇ ଚିକିତ୍ସା ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ହସ୍ପିଟାଲର ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share