Categories: ଜାତୀୟ

ବର୍ଦ୍ଧିତ ପିଆଜ ଦରକୁ ନେଇ ବୈଠକ ଡକାଇଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୧୧।୧୨: ଲଗାତାର ଭାବେ ପିଆଜ ଦର ହ୍ରାସ ହେଉ ନ ଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବିଭିନ୍ନ ସହରରେ ପିଆଜ ମୂଲ୍ୟ କିଲୋ ୧୦୦ରୁ ୧୨୦ ଥିବା ବେଳେ ଏବେ ୧୬୦କୁ ଛୁଇଁଛି। ଏନେଇ ସରକାର ଚିନ୍ତିତ ହୋଇପଡ଼ିଥିବା ବେଳେ ବୁଧବାର କ୍ୟାବିନେଟ ସଚିବ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ଖାଦ୍ୟ, ଉପଭୋକ୍ତା ବ୍ୟାପାର, କୃଷି ମନ୍ତ୍ରଣାଳୟ ଓ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟ ସାମିଲ ରହିବେ।

Share