ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି। ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତରେ କ୍ୟାନସରଜନିତ ମୃତ୍ୟୁ ହାର ମଧ୍ୟ ଅଧିକ। ନ୍ୟାଶ୍‌ନାଲ ହେଲ୍‌ଥ ପ୍ରୋଫାଇଲ(୨୦୧୯)ର ତଥ୍ୟରୁ ଜଣାପଡେ, ୨୦୧୭-୨୦୧୮ ଗୋଟିଏ ବର୍ଷରେ ଦେଶରେ କ୍ୟାନ୍‌ସର ୩୦୦ ପ୍ରତିଶତ ଅର୍ଥାତ ୩ଗୁଣରୁ ଅଧିକ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇଛି। ଏଣୁ ଭାରତରେ କ୍ୟାନ୍‌ସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୭ରେ ‘ରାଷ୍ଟ୍ରୀୟ କ୍ୟାନ୍‌ସର ସଚେତନତା ଦିବସ’ ପାଳନ କରାଯାଉଛି। ୨୦୧୪ ସେପ୍ଟେମ୍ବରରେ ଭାରତର ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ରାଷ୍ଟ୍ରୀୟ କ୍ୟାନ୍‌ସର ସଚେତନତା ଦିବସ ପାଳନ କରାଯିବା ଲାଗି ଘୋଷଣା କରିବା ପରେ ସେହିବର୍ଷ ନଭେମ୍ବର ୭ ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା।
‘ଇଣ୍ଡିଆ ଏଗେନ୍‌ଷ୍ଟ କ୍ୟାନସର’ର ତଥ୍ୟରୁ ଜଣାପଡେ ଯେ,ଭାରତରେ ୨୫ ଲକ୍ଷରୁ ଅଧିକ କ୍ୟାନ୍‌ସର ପୀଡିତ ରହିଛନ୍ତି। ପ୍ରତିବର୍ଷ ୧୧ ଲକ୍ଷ ନୂଆ ରୋଗୀ ଯୋଡି ହେଉଛନ୍ତି ଏବଂ ୭ ଲକ୍ଷରୁ ଅଧିକ ପୀଡିତଙ୍କ ମୃତ୍ୟୁ ହେଉଛି। ପ୍ରତି ଦୁଇ ମିନିଟ୍‌ରେ ଜଣେ କ୍ୟାନ୍‌ସର ରୋଗୀ ଚିହ୍ନଟ ହେଉଛନ୍ତି। ସର୍ଭାଇକଲ କ୍ୟାନ୍‌ସରରେ ପ୍ରତି ୮ ମିନିଟରେ ଜଣେ ମହିଳା ଓ ତମାଖୁ ଜନିତ କ୍ୟାନ୍‌ସରରେ ପ୍ରତିଦିନ ୩୫୦୦ ଜଣଙ୍କର ମୃତ୍ୟୁ ହେଉଛି।
ଲାନସେଟ୍‌ ରିପୋର୍ଟରୁ ଜଣାପଡିଛି ଯେ ,ହୃଦ୍‌ଘାତ ପରେ କ୍ୟାନ୍‌ସରରେ ବେଶି ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। କ୍ୟାନ୍‌ସରର ମୂଳ କାରଣ ଧୂମପାନ, ତମାଖୁ ସେବନ। ତମାଖୁରୁ ୧୪ ପ୍ରକାର କ୍ୟାନ୍‌ସର ହେଉଛି। ଏହାବାଦ ମଦ୍ୟ, ଡ୍ରଗ୍ସ ଓ ଅପୁଷ୍ଟିକର ଖାଦ୍ୟ ଯୋଗୁ ମଧ୍ୟ ଏହା ହେଉଛି। ୧୦୦ ଜଣ କ୍ୟାନ୍‌ସର ରୋଗୀଙ୍କ ମଧ୍ୟରୁ ୪୦ ଜଣ ଏହି ଦୁଇଟି କାରଣ ଯୋଗୁୁ ପୀଡିତ ହେଉଛନ୍ତି। ଦେଶରେ ତମାଖୁ ସେବନ କାରଣରୁ ଦିନକୁ ୩ ହଜାରରୁ ଊର୍ଦ୍ଧ୍ୱ କ୍ୟାନ୍‌ସର ପୀଡିତଙ୍କ ମୃତ୍ୟୁ ହେଉଛି। ରାଜସ୍ଥାନରେ ତମାଖୁ ଓ ଧୂମପାନ ଉପତ୍ାଦ ବ୍ୟବହାରରୁ ଦିନକୁ ୨୬୭ ଜଣଙ୍କର ମୃତ୍ୟୁ ଘଟୁଛି। ଗୋଟିଏ ପକେଟ ସିଗାରେଟ ଆୟୁଷରୁ ୩ ଘଣ୍ଟା ୪୦ ମିନିଟ କମାଇ ଦେଉଛି। ଧୂମପାନ ଯୋଗୁ ଦେଶରେ ପ୍ରତି ଘଣ୍ଟାରେ ୧୩୭ ଲୋକଙ୍କର ପ୍ରାଣହାନି ହେଉଛି। ସରକାର ତମାଖୁ ବିକ୍ରି ଉପରେ କଟକଣା ଲଗାଇଲେ ବି ତାହା ଧୂଆଁରେ ରହିଯାଉଛି। ସର୍ବସାଧାରଣ ସ୍ଥାନରେ ଧୂମପାନ ଉପରେ କଟକଣା ଲାଗଯାଇଥିଲେ ମଧ୍ୟ ତାହାକୁ କଡାକଡି ଭାବେ ପାଳନ କରାଯାଇପାରୁନି। ବାୟୁପ୍ରଦୂଷଣ ଯୋଗୁ ଲିଭର କ୍ୟାନ୍‌ସର ବ୍ୟାପୁଛି। ଅସୁରକ୍ଷିତ ଯୌନସମ୍ପର୍କ ସଭାଇକଲ କ୍ୟାନ୍‌ସରର କାରଣ। କ୍ୟାନ୍‌ସର ଆରମ୍ଭରୁ ୬୦ ପ୍ରତିଶତ ପୀଡିତଙ୍କର ସଫଳ ଚିକିତ୍ସା କରାଯାଇପାରିବ। କ୍ୟାନ୍‌ସରର ଲକ୍ଷଣ, ଚିକିତ୍ସା ପଦ୍ଧତି ସମ୍ପର୍କରେ ଅବଗତ କରିବା ସହ ଏହାକୁ କିଭଳି ରୋଗାଯାଇପାରିବ ସେଥିପାଇଁ ସଚେତନତା ଆଣିବା ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର...

ଭର୍ତ୍ତୃହରିଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ,୨୬ା୯:ବିଭିନ୍ନ ବିଭାଗ ସମ୍ପର୍କିତ ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟି ଗୁରୁବାର ଗଠନ କରାଯାଇଛି। ଏଥିରେ ପ୍ରାୟ ସବୁ ଦଳକୁ ପ୍ରତିନିଧିତ୍ୱ ମିଳିଛି। ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ...

ସିବିଆଇକୁ କବାଟ କିଳିଦେଲା କର୍ନାଟକ

ବେଙ୍ଗାଲୁରୁ,୨୭ା୯:ମହୀଶୂର ଅର୍ବାନ୍‌ ଡେଭେଲପ୍‌ମେଣ୍ଟ ଅଥରିଟି (ମୁଦା) ଜମି ଆବଣ୍ଟନ ବିବାଦ ମୁଣ୍ଡ କେଟିଥିବାବେଳେ ଗୁରୁବାର କର୍ନାଟକର କଂଗ୍ରେସ ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ଠାରୁ ଜେନେରାଲ...

ବୁଡ଼ ପକାଇ ବୁଡ଼ିଗଲେ ୪୬

ପାଟନା, ୨୭।୯: ବିହାରରେ ଜୀବୀତ୍‌ପୁତ୍ରିକା ଉତ୍ସବବେଳେ ବୁଧବାର ଅଘଟଣ ଘଟିଯାଇଛି। ରାଜ୍ୟର ୧୫ ଜିଲାର ବିଭିନ୍ନ ନଦୀ ଏବଂ ପୋଖରୀରେ ପବିତ୍ର ବୁଡ଼ ପକାଉଥିବା ସମୟରେ...

୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି...

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬ା୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳା ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସମସ୍ତଙ୍କ ପାଇଁ ଲାଗୁ ହେବ ଏହି ଆଇନ

ନୂଆଦିଲ୍ଲୀ,୨୬।୯: ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ...

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri