Categories: ବାଣିଜ୍ୟ

ବର୍ଷକରେ ୭୧,୫୪୩ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୫-୧୨: ୨୦୧୮-୧୯ ଆର୍ଥତ୍କ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇ ୭୪% ବଢିଛି। ଏହି ଠକେଇରେ ୭୧,୫୪୩ କୋଟି ଟଙ୍କା ଜଡିତ ଥିବା ଜଣାପଡିଛି। ୨୦୧୭-୧୮ରେ ବ୍ୟାଙ୍କଗୁଡିକରେ ଠକେଇ ପରିମାଣ ୪୧,୧୬୭ କୋଟି ଟଙ୍କା ରହିଥିଲା ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ସାମ୍ନାକୁ ଆସିଛି। ୨୦୧୭-୧୮ରେ ବ୍ୟାଙ୍କରେ ୫୯୧୬ ଠକେଇ ମାମଲା ସାମ୍ନାକୁ ଆସିଥିଲା। ଏହା ୨୦୧୮-୧୯ରେ ୬୮୦୧କୁ ବଢିଥିବା ସୂଚନା ରହିଛି। ଠକେଇ ରୋକିବା ଲାଗି ବ୍ୟାଙ୍କଗୁଡିକ ସେମାନଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ନ କରିବା ଯୋଗୁ ବ୍ୟାଙ୍କରେ ଏଭଳି ଘଟଣା ଘଟୁଥିବା ରିଜର୍ଭ ବ୍ୟାଙ୍କ ଟ୍ରେଣ୍ଡ ଆଣ୍ଡ ପ୍ରୋଗ୍ରେସ ଅଫ୍‌ ବ୍ୟାଙ୍କିଙ୍ଗ ୨୦୧୮-୧୯ ଡାଟାରେ ଉଲ୍ଲେଖ କରିଛି।

Share