ବର୍ଷକର ଦରମା ଦେଲେ ୨ ସମିତିସଭ୍ୟ

ଭଣ୍ଡାରିପୋଖରୀ, ୨୮ା୩(ଡି.ଏନ.ଏ.)-ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ ସମିତିସଭ୍ୟ ପ୍ରାଣୀତକାନ୍ତ ସାମଲ ଏବଂ ବଇଁଆବନାପୁର ପଞ୍ଚାୟତ ସମିତିସଭ୍ୟା ସ୍ମିତାରେଖା ରାଉତ। ଶୁକ୍ରବାର ସେମାନେ ତାଙ୍କର ବର୍ଷକର ଦରମା ୪୩ହଜାର ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଭଣ୍ଡାରିପୋଖରୀ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି।