ନୂଆଦିଲ୍ଲୀ,୧ା୮ :୨୦୧୬ରୁ ବର୍ଷାଜନିତ ବିପର୍ଯ୍ୟୟ ବର୍ଷକୁ ୨ ହଜାର ଭାରତୀୟଙ୍କ ଜୀବନ ନେଉଛି। ମୃତକମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବିହାର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶର। ଗତ ୩ ବର୍ଷରେ ଭାରତରେ ବର୍ଷା, ବାତ୍ୟା, ବନ୍ୟା ଓ ଭୂସ୍ଖଳନ ଯୋଗୁ ୬,୫୮୫ ଜଣଙ୍କ ଜୀବନ ଯାଇଛି। ଜୁଲାଇ ୧୮ ସୁଦ୍ଧା ଏତେସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନାନୁସାରେ ବିହାର ଓ ଆସାମ ବନ୍ୟାରେ ୧ କୋଟି ଲୋକ ପ୍ରଭାବିତ ହୋଇଥିବାବେଳେ ଦୁଇରାଜ୍ୟରେ ୧୭୦ ଜଣ ପ୍ରାଣ ହରାଇଛନ୍ତି।