Advertisement

ବର୍ଷକୁ ୪ଶହ କୋଟି ଆୟ କରନ୍ତି ଖିଲାଡି ବୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏକଦା ବ୍ୟାଙ୍କକ୍‌ରେ ସେଫ୍‌ ଓ ଓ୍ବେଟର ଭାବେ କାମ କରୁଥିବା ଅକ୍ଷୟ ଆଜି ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତା। ଅକ୍ଷୟଙ୍କ ପୁରା ନାଁ ରାଜୀବ ହରିଓମ୍‌ ଭାଟିଆ। ହେଲେ ସେ ଅକ୍ଷୟ ନାଁରେ ବେଶି ପରିଚିତ। ୯ ସେପ୍ଟେମ୍ବର ୧୯୬୭ ଅମୃତସରରେ ଜନ୍ମ ନେଇଥିଲେ ଅକ୍ଷୟ। ଟାଇକୋଣ୍ଡାରେ ବ୍ଲାକ୍‌ ବେଲ୍ଟ ପାଇଥିବା ଏହି କଳାକାର ଆକ୍ସନ୍‌ ହିରୋ ଭାବେ ମଧ୍ୟ ବେଶ୍‌ ପରିଚିତ୍‌। ଆଜି ସେ ବଲିଉଡ୍‌ର ଅଧିକ ଆୟ କରୁଥିବା କଳାକାର ତାଲିକାରେ ନାଁ ଲେଖାଇଛନ୍ତି। ବଲିଉଡ୍‌ ଜଗତର ଜଣେ ଅନୁଶାସିତ କଳାକାର ଭାବେ ସେ ପରିଚିତ। କାରଣ ସେ ଭୋର ୫ଟାରୁ ଉଠିବା ସହ ରାତିରେ ବି ଶୀଘ୍ର ଡିନର କରନ୍ତି ବୋଲି କୁହାଯାଏ। ଯାହା ଫଳରେ ସେ ବେଶ୍‌ ଫିଟ୍‌ ଅଛନ୍ତି। ଅକ୍ଷୟଙ୍କ ଆୟ କଥା ଯଦି ବିଚାରକୁ ନିଆଯାଏ ଏବେ ସେ ବଲିଉଡ୍‌ର ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତା ବୋଲି କୁହାଯାଉଛି। ଦିନେ ଅମିତାଭ ବଚ୍ଚନ, ସଲମାନ ଖାଁ, ଶାହାରୁଖ ଖାଁଙ୍କ ନାଁ ଏହି ତାଲିକାର ଶୀର୍ଷରେ ଥିବା ବେଳେ ଆଜି ଏହି ସ୍ଥାନ ଅକ୍ତିୟାର କରିଛନ୍ତି ଅକ୍ଷୟ। ବିଶ୍ୱର ସର୍ବାଧିକ ଆୟ କରୁଥିବା କଳାକାର ତାଲିକାରେ ଅକ୍ଷୟଙ୍କ ସ୍ଥାନ ରହିଛି ୩୩ ନମ୍ବରରେ। କୁହାଯାଏ ଏବେ ବର୍ଷକୁ ଅକ୍ଷୟ ୬୫ ମିଲିୟନ ଡଲାର ବା ୪୪୫କୋଟି ଟଙ୍କା ଆୟ କରୁଛନ୍ତି। କେବଳ ଆୟ କରି ଯେ ଅକ୍ଷୟ ନାଁ କମାଇଛନ୍ତି ତା’ନୁହେଁ। ତାଙ୍କର ବଦାନ୍ୟତା ପାଇଁ ବି ସେ ବେଶ୍‌ ପରିଚିତ୍‌। ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ହେଉ ଅବା ଅନ୍ୟ ଦୈବିଦୁର୍ବିପାକ ସମୟରେ ସେ ନିଜ ପକେଟରୁ କୋଟି କୋଟି ଟଙ୍କା ଦାନ ମଧ୍ୟ କରିଥାଆନ୍ତି। ତାଙ୍କ ମତରେ ଈଶ୍ୱର ମୋତେ ଯେତିକି ଧନ ଦେଇଛନ୍ତି ତାହା ଅନ୍ୟମାନଙ୍କ କାମରେ ଲାଗିଲେ ଖୁସି ଲାଗିବ। ତା’ଛଡା ଏହି ଧନ ନେଇ ମୁଁ ଯିବି କୁଆଡେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel