Categories: ଜାତୀୟ

ବର୍ଷକ ପାଇଁ ଦରମାର ୩୦ ପ୍ରତିଶତ ଛାଡ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣର ମୁକାବିଲା କରିବାକୁ ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିଏମ୍‌ କେୟାର୍ସ ଫଣ୍ଡକୁ ତାଙ୍କର ଗୋଟିଏ ମାସର ଦରମା ଦାନ କରିଥିଲେ। ଏବେ ସେ ଗୋଟିଏ ବର୍ଷ ପାଇଁ ନିଜ ଦରମାର ୩୦ ପ୍ରତିଶତ ଛାଡ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ ଦେଖାଦେଇଥିବା କରୋନା ମହାମାରୀର ମୁକାବିଲା କରିବାକୁ ପିଏମ୍‌ କେୟାର୍ସ ଫଣ୍ଡକୁ ଲୋକେ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏବେ ଏହାଦ୍ୱାରା ଗରିବ ଲୋକଙ୍କୁ ସରକାର ସହାୟତା ମଧ୍ୟ ଦେଇଛନ୍ତି। ଏହାସହ କରୋନା ଯୁଦ୍ଧରେ ମଧ୍ୟ ଏହା ଖର୍ଚ୍ଚ କରାଯାଉଛି।

Share