Categories: ଜାତୀୟ

ବର୍ଷକ ମଧ୍ୟରେ ଭାଜପା ହାତରୁ ଖସି ଯାଇପାରେ ପଞ୍ଚମ ରାଜ୍ୟ

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଗଣନା ସୋମବାର ସକାଳୁ ଆରମ୍ଭ ହୋଇଛି। ଏଥିରେ ସକାଳ ୧୧ଟା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ୩୧ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ-ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ୪୧ ଆସନରେ ଆଗରେ ଅଛନ୍ତି। ଯଦି ଏହା ଜାରି ରହିଲା ତେବେ ଭାଜପା ଶାସିତ ଝାଡ଼ଖଣ୍ଡ ମଧ୍ୟ ଭାଜପା ହାତରୁ ଚାଲିଯାଇପାରେ। ଏଠାରେ ମ୍ୟାଜିକ୍‌ ନମ୍ବର ୪୨ ହୋଇଥିବା ବେଳେ ମେଣ୍ଟ ସରକାର ଗଠନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି। ଏମିତି ହେଲେ ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ତାଲିକାରେ ଝାଡ଼ଖଣ୍ଡ ମଧ୍ୟ ସାମିଲ ହୋଇଯିବ। ଏସବୁ ରାଜ୍ୟକୁ ଭାଜପା ହରାଇବା ପରେ ଏବେ ଆରମ୍ଭ ହେବ ମାନସ ମନ୍ଥନ।

Share