ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର ବ୍ୟବସ୍ଥା କରାଯାଇଥାଏ। ଏଭଳି ବୋଟ୍‌ ସ୍କୁଲ ଏଠାରେ ୨୦୧୨ଠାରୁ ଆରମ୍ଭ ହୋଇଛି। ଏଠାରେ ୫୦୦ରୁ ଅଧିକ ବୋଟ୍‌ ସ୍କୁଲଥିବାବେଳେ ଏଥିରେ ୧୪ ହଜାରରୁ ଅଧିକ ଛାତ୍ରୀଛାତ୍ର ପାଠ ପଢ଼ିଥାନ୍ତି। ବୋଟ୍‌ ସ୍କୁଲରେ କେବଳ ଶିକ୍ଷୟତ୍ରୀଙ୍କୁ ପାଠପଢ଼ା ପାଇଁ ନିଯୁକ୍ତ କରାଯାଇଥାଏ। ସେମାନେ ଛାତ୍ରୀଛାତ୍ରଙ୍କ ସମସ୍ତ ପ୍ରକାର ସମସ୍ୟା ବୁଝିଥାନ୍ତି। ଗତ ୮ ବର୍ଷ ମଧ୍ୟରେ ୮୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଏଭଳି ସ୍କୁଲରେ ପାଠପଢ଼ି ସାରିଥିବା ସ୍ଥାନୀୟ ପ୍ରଶାସନ କୁହନ୍ତି। ଗାଁରେ ଅଭିଭାବକଙ୍କ ସାକ୍ଷରତା ହାର ଏକ ପ୍ରତିଶତରୁ କମ ଥିବାବେଳେ ଶତ ପ୍ରତିଶତ ପିଲା ପାଠପଢ଼ିବା ପାଇଁ ବୋଟ୍‌ ସ୍କୁଲକୁ ଯାଇଥାନ୍ତି। ଦିନରେ ପାଠ ପଢ଼ିବାକୁ ଆସିପାରୁ ନ ଥିବା ଛାତ୍ରୀଛାତ୍ରଙ୍କୁ ରାତିରେ ମଧ୍ୟ ପାଠ ପଢ଼ାଯାଇଥାଏ।

Share