Categories: ଖେଳ

ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ରୋହିତ

ଦୁବାଇ, ୧୫।୧- ଭାରତୀୟ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ବୁଧବାର ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ୨୦୧୯ରେ ଦିନିକିଆ ଫର୍ମାଟ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ତାଙ୍କ ସାଥୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ପ୍ରଦାନ କରାଯାଇଛି। ସେ ଆଇସିସି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଚିଡ଼ାଉଥିବା ପ୍ରଶଂସକଙ୍କୁ ରୋକିଥିଲେ ବୋଲି ଆଇସିସି ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ବିଶ୍ୱକପ୍‌ ବିଜେତା ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୩୨ ବର୍ଷୀୟ ରୋହିତ ବିଶ୍ୱକପ୍‌ରେ ୫ ଶତକ ସହ ୨୦୧୯ରେ ସମସ୍ତ ଫର୍ମାଟ୍‌ରେ ମୋଟ ୧୦ ଶତକ ହାସଲ କରିଥିଲେ।

Share