Categories: ଜାତୀୟ

ବର୍ଷର ପ୍ରଥମ ’ମନ୍‌ କୀ ବାତ୍‌’: ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ, ୨୬।୧: ୬୧ତମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏଥର ମୋଦି ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜଳ ସଂରକ୍ଷଣ ପାଇଁ ଦେଶରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜଳ ଶକ୍ତି ଅଭିଯାନ ଜରିଆରେ ଅନେକ ପୋଖରୀ ଖୋଳା ହୋଇଛି, ବଡ଼ କୂପର ପୁନରୁଦ୍ଧାର କରାଯାଉଛି। ତାମିଲନାଡୁରେ ବର୍ଷା ଜଳ ସଂରକ୍ଷଣ ପାଇଁ ବୋରଓ୍ବେଲ ଖୋଳାଯାଉଛି। ସେହିପରି ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସେ ଆସାମ ସରକାର ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଣେ ଗୋଟିଏ ପାଦ ଆଗେଇଲେ ସାରା ଦେଶ ୧୩୦ କୋଟି ପାଦ ଆଗେଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେଣୁ ଏହିଭଳି ପାଦ ମିଶାଇ ଚାଲିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ମୋଦିଙ୍କର ଏହା ପ୍ରଥମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ।

Share