Categories: ଜାତୀୟ

ବର୍ଷର ଶେଷ ମନ୍‌ କି ବାତ୍‌: ଯୁବବର୍ଗଙ୍କ ମଧ୍ୟରେ କିଛି ନୂଆ କରି ଦେଖାଇବାର ଇଛାଶକ୍ତି ଥିବା କହିଲେ ମୋଦି

ନୂଆଦିଲ୍ଲୀ, ୨୯।୧୨: ଭାରତରେ ଯୁବବର୍ଗଙ୍କ ମଧ୍ୟରେ ଏବେ ନୂଆ ଚିନ୍ତାଧାରା ଆସିଛି। ସେମାନଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣର ଗୁରୁତ୍ୱ ନାହିଁ। କିଛି ନୂଆ କରି ଦେଖାଇବାର ଇଛାଶକ୍ତି ସେମାନଙ୍କଠାରେ ରହିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତୀୟ ଯୁବବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ବର୍ଷର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହିଛନ୍ତି। ଜୀବନକୁ କିପରି ଉପଯୋଗ କରାଯିବ ତାହା ଯୁବାବସ୍ଥାରେ ହିଁ ନିଶ୍ଚିତ କରାଇବାର ଆବଶ୍ୟକତା ଥିବା ମୋଦି କହିଛନ୍ତି।

Share