Categories: ଜାତୀୟ

ବର୍ଷାଋତୁ ପୂର୍ବରୁ ବୁଢ଼ା ପାହାଡ଼ ହେବ ମାଓମୁକ୍ତ: ଆରମ୍ଭ ହେବ ଅପରେଶନ୍‌ ଅଲ୍‌ଆଉଟ୍‌

ରାଞ୍ଚି ୨୫।୫: ବର୍ଷାଋତୁ ପୂର୍ବରୁ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଥିବା ବୁଢ଼ା ପାହାଡ଼ ଅଞ୍ଚଳକୁ ମାଓମୁକ୍ତ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଠାରେ ମାଓବାଦୀମାନେ ସକ୍ରିୟ ଥିବାରୁ ଅପରେଶନ୍‌ ଅଲ୍‌ଆଉଟ୍‌ ଯୋଜନା ଆରମ୍ଭ କରାଯିବ। ଏଥିରେ ଦୁଇ ରାଜ୍ୟର ପୋଲିସ ତଥା ସୁରକ୍ଷାକର୍ମୀ ମିଳିତ ଭାବେ ଅଂଶଗ୍ରହଣ କରିବେ। ବର୍ଷାଋତୁ ପୂର୍ବରୁ ମାଓବାଦୀମାନେ ୨-୩ ମାସର ଖାଦ୍ୟପଦାର୍ଥ ଯୋଗାଡ଼ କରିବା ଲାଗି ବୁଢ଼ା ପାହାଡ଼ ପାଦଦେଶକୁ ଆସିଥାନ୍ତି। ଏହାର ସୁଯୋଗ ନେଇ ମାଓଦମନ କାର୍ଯ୍ୟକୁ ଜୋର୍‌ଦାର୍‌ କରିବା ଦୁଇରାଜ୍ୟ ପକ୍ଷରୁ ସ୍ଥିର ହୋଇଛି। ସୁରକ୍ଷାକର୍ମୀ ଏଥିପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତା ମଧ୍ୟ ନେବେ ବୋଲି କୁହାଯାଉଛି।

Share