Advertisement

ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଘରେ ପଶିଲା ପାଣି

କର୍ଲାମୁଣ୍ଡା,୭।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଫଳରେ କର୍ଲାମୁଣ୍ଡା ବ୍ଲକ ସଦର ବ୍ଲକ ନିୟୁ କଲୋନୀ ପଛପଟେ ଥିବା ଘରଗୁଡ଼ିକରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ବୁଧବାର ସକାଳ ସୁଦ୍ଧା କର୍ଲାମୁଣ୍ଡାରେ ୮୭ ମିମି ବର୍ଷା ରେକର୍ଡ ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ତେବେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ଡ୍ରେନର ବ୍ୟବସ୍ଥା ନଥିବାରୁ ବ୍ଲକ ନିୟୁ କଲୋନୀ ପଛପଟେ ରହୁଥିବା ଉପେନ୍ଦ୍ର ପଲତା, ବୃନ୍ଦା ମାଝିଙ୍କ ଘର ଭିତରକୁ ୨ ଫୁଟ ପାଣି ପଶି ଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଜଗଦୀଶ ମେହେର, ପ୍ରଣବ ନାଏକଙ୍କ ନେତୃତ୍ୱରେ କର୍ମଚାରୀମାନେ ଆସି ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲେ। ଏଣୁ ଡ୍ରେନ୍‌ର ବ୍ୟବସ୍ଥା କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share