Categories: ଜାତୀୟ

ବର୍ଷାଜଳ ସଂରକ୍ଷଣ ପାଇଁ ପ୍ରତି ଗାଁ ମୁଖିଆଙ୍କୁ ଚିିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗାଁ ମୁଖିଆଙ୍କୁ ଏକ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି। ଗ୍ରାମାଞ୍ଚଳରେ ଜଳ ସଂକଟକୁ ଦୃଷ୍ଟିରେ ରଖି ଏମିତି ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୌସୁମୀ ଆସିବା ପୂର୍ବରୁ ବହୁ ପରିମାଣର ବର୍ଷାଜଳ ସଂରକ୍ଷଣ କରିବାକୁ। ଏଥିପାଇଁ ଜଳାଶୟଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ସେ ଚିଠିରେ ଅନୁରୋଧ କରିଛନ୍ତି। ବିଭିନ୍ନ ଜିଲାର ମାଜିଷ୍ଟ୍ରେଟ୍‌ ଏବଂ ଜିଲାପାଳଙ୍କ ମାଧ୍ୟମରେ ଏହି ଚିଠିସବୁ ଗାଁ ମୁଖିଆମାନଙ୍କ ପାଖକୁ ପଠାଯାଇଛି। ମୋଦିଙ୍କ ଏହି ଚିଠିକୁ ନେଇ ଗ୍ରାମାଞ୍ଚଳରେ ଚର୍ଚ୍ଚା ହେଉଛି। ମୋଦିଙ୍କ ନିିର୍ବାଚନମଣ୍ଡଳୀ ବାରାଣସୀରେ ୬୩୭ ଜଣ ଗାଁ ମୁଖିଆଙ୍କ ନିକଟରେ ଚିଠି ପହଞ୍ଚିଛି। ଏଥିରେ ସେ ବର୍ଷାଜଳ ସଂରକ୍ଷଣ କରିବାକୁ ବ୍ୟକ୍ତିଗତସ୍ତରରେ ଉଦ୍ୟମ ହେବା ପାଇଁ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଗୋଟିଏ ପୃଷ୍ଠାରେ ଲେଖିଛନ୍ତି, ଗ୍ରାମସଭା ଡକାଇ ଏହି ବାର୍ତ୍ତା ବଡ଼ ପାଟିରେ ପଢ଼ାଯାଉ। କିପରି ଭାବରେ ଜଳ ସଂରକ୍ଷଣ କରିପାରିବା ସେ ବିଷୟରେ ଲୋକଙ୍କୁ ସଚେତନ କରାଯାଉ। ଏଥିରେ ସେ ଲେଖିଛନ୍ତି, ମୋର ସମସ୍ତଙ୍କ ଉପରେ ବିଶ୍ୱାସ ଅଛି ଯେ, ପ୍ରତି ବୁନ୍ଦା ପାଣି ସଂରକ୍ଷଣ କରିବାରେ ସମସ୍ତେ ସହଯୋଗ କରିବେ।

Share