ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଥିଲେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ଚା’କୁ ଗ୍ୟାସ୍‌ରୁ ଓହ୍ଲାଇ କପ୍‌ରେ ଢାଳିବାର ପ୍ରାୟ ୫ ମିନିଟ୍‌ ପରେ ପିଅନ୍ତୁ। ନଚେତ୍‌ କ୍ୟାନ୍‌ସର ପରି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଗରମ ଗରମ ନ ପିଇ କିଛି ସମୟ ରଖି ପିଇଲେ ଦେହ ପାଇଁ ଭଲ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି।


ଏଥିଯୋଗୁ ଏସିଡିଟି ଓ ପେଟ ଜନିତ ଅନେକ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ। କେବଳ ଚା’ କି କଫି ନୁହେଁ, କୌଣସି ଗରମ ଜିନିଷ ହଠାତ୍‌ ଖାଇବା ଦେହ ପକ୍ଷେ ହାନିକାରକ। କିଛି ସମୟ ରଖି ଥଣ୍ଡା କରି ପିଇଲେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।