ବର୍ଷାଦିନେ ତ୍ୱଚାର ଯତ୍ନ

ବର୍ଷାଦିନେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ, ଯାହାର ସମାଧାନ ନିହାତି ଜରୁରୀ। ଜାଣନ୍ତୁ ଏ ନେଇ କିଛି ଟିପ୍ସ…

ଏହିଦିନେ ଅଧିକ ମେକ୍‌ ଅପ୍‌ ନିଅନ୍ତୁ ନାହିଁ। କାରଣ ବର୍ଷାରେ ଭିଜିଲେ ମେକ୍‌ଅପ୍‌ ଖରାପ ହେବା ସମ୍ଭାବନା ରହିଛି।
ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ, ତେବେ ଅନ୍ତତଃ ଥରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ରାତିରେ ଏହାକୁ ଲଗାଇଲେ ତ୍ୱଚା ନମନୀୟ ରହିଥାଏ।
ଅଏଲି ସ୍କିନ୍‌ ପ୍ରଡକ୍ଟ ଲଗାନ୍ତୁ ନାହିଁ। ତ୍ୱଚାରେ ଅଧିକ ମଶ୍ଚରାଇଜର, କ୍ରିମ୍‌ ବେସ୍‌ ଫାଉଣ୍ଡେଶନ କିମ୍ବା କନ୍‌ସିଲର ବ୍ୟବହାର କରନ୍ତୁ ନାହିଁ। ଆପଣ ଚାହିଁଲେ ମେକ୍‌ ଅପ୍‌ ନେବା ପୂର୍ବରୁ କାଲାମାଇନ୍‌ ଲୋଶନ ଲଗାଇପାରିବେ, ଯାହାକି ତ୍ୱଚାକୁ ଅଧିକ ଅଏଲି କରିବ ନାହିଁ।
ଟୋନର ତ୍ୱଚାକୁ ପରିଷ୍କାର ଓ ନମନୀୟ ରଖିଥାଏ। ମୁହଁ ଧୋଇବା ପୂର୍ବରୁ ପ୍ରତିଦିନ ଟୋନର ବ୍ୟବହାର କରନ୍ତୁ। ଏହା ତ୍ୱଚାର ରନ୍ଧ୍ରକୁ ବନ୍ଦ କରିଥାଏ।
ଏହିଦିନେ ଷ୍ଟ୍ରବେରି, ଆମ୍ବ, ପିଚ୍‌ ଏବଂ ଅମୃତଭଣ୍ଡା ଆଦି ଫ୍ରୁଟ୍‌ର ଫେସ୍‌ ପ୍ୟାକ୍‌ ବ୍ୟବହାର ତ୍ୱଚା ପାଇଁ ଭଲ। ଦିନକୁ ୨ ଥର ଏହି ପ୍ୟାକ୍‌ ଲଗାନ୍ତୁ ।
ଏହା ତ୍ୱଚାର ରନ୍ଧ୍ରକୁ ବନ୍ଦ କରିଥାଏ।
ଦିନକୁ ୮-୧୦ ଗ୍ଲାସ୍‌ ପାଣି ପିଅନ୍ତୁ। ଏହାଦ୍ୱାରା ତ୍ୱଚା ହାଇଡ୍ରେଟ୍‌ ରହିବା ସହ ଚମକ ବି ଆସିଥାଏ।