Advertisement

ବର୍ଷାଦିନେ ପ୍ରଫେସନାଲ ଏବଂ ଷ୍ଟାଇଲିଶ ଲୁକ୍‌ ପାଇବା ପାଇଁ ଆପଣାନ୍ତୁ କିଛି ଫ୍ୟାଶନ ଟିପ୍ସ…

ବର୍ଷାଦିନେ ନୀଳ, ଲାଲ୍‌, କମଳା ରଙ୍ଗର କପଡ଼ା ପିନ୍ଧନ୍ତୁ। ଧଳାରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ବର୍ଷାରେ ଏହା ଖୁବ୍‌ ଶୀଘ୍ର ନଷ୍ଟହେବା ସମ୍ଭାବନା ଥାଏ।
ଲମ୍ବା ପ୍ୟାଣ୍ଟ୍‌ ଏହିଦିନେ ପିନ୍ଧନ୍ତୁ ନାହିଁ। ଯଦି ପିନ୍ଧୁଛନ୍ତି ତେବେ ଆପଣ ଚାହିଁଲେ ଏହାକୁ ଆପଣଙ୍କ ସୁବିଧା ଅନୁସାରେ ତଳୁ ମୋଡ଼ିପାରିବେ। ଏହିଦିନେ ସ୍ମାର୍ଟ ଫର୍ମାଲ ସ୍କର୍ଟ ବି ଆପଣେଇପାରିବେ।
ଓ୍ବେଷ୍ଟର୍ନ ଗେଟ୍‌ଅପ୍‌ରେ ଆପଣ ବର୍ଷାଦିନିଆ କୋଟ୍‌ ବା ଜ୍ୟାକେଟ୍‌ ପିନ୍ଧିପାରିବେ।
ଯଦି ବର୍ଷାଦିନେ ପାରମ୍ପରିକ ଭାରତୀୟ ପରିଧାନକୁ ପ୍ରାଥମିକତା ଦେଉଛନ୍ତି ତେବେ ସାଲଓ୍ବାର ଏବଂ ପଟିଆଲା ବଦଳରେ ସର୍ଟ କୁର୍ତ୍ତି ସହ ଲେଗିଙ୍ଗ୍‌ସ ବା ଚୁଡିଦାର ପିନ୍ଧିପାରିବେ। ଏହିଦିନେ ବଡ଼ ଦୁପଟା ବଦଳରେ ସ୍କାର୍ଫ ବା ଷ୍ଟଲ୍‌ ବ୍ୟବହାର କରନ୍ତୁ। ରଙ୍ଗ ଛାଡୁଥିବା ଡ୍ରେସ୍‌କୁ ଏହିଦିନେ ଆଦୌ ପିନ୍ଧନ୍ତୁ ନାହିଁ, ନଚେତ୍‌ ବର୍ଷାରେ ଭିଜିଲେ ଏଥିରୁ ରଙ୍ଗ ଛାଡ଼ିବ।
ଚମଡ଼ା ଜୋତା ବା ସାଣ୍ଡାଲ ପିନ୍ଧନ୍ତୁ ନାହିଁ। କାରଣ ଏହା ଶୀଘ୍ର ଖରାପ ହୋଇଯାଏ ଏବଂ ଶୁଖିବାକୁ ଅଧିକ ସମୟ ଲାଗିଥାଏ। ଜେଲି ସୁଜ୍‌, ବିନା ହିଲ୍‌ ଥିବା ଚପଲ ବା ଜୋତା ପିନ୍ଧନ୍ତୁ।
ଓ୍ବାଟରପ୍ରୁଫ୍‌ କାଜଲ ଏବଂ ଆଇ ଲାଇନର ଲଗାନ୍ତୁ। ଏହିଦିନେ ଫାଉଣ୍ଡେଶନ ବ୍ୟବହାର କରନ୍ତୁ ନାହିଁ। ଯଦି ଅତି ଜରୁରୀ ତେବେ ହାଲ୍‌କା ଫାଉଣ୍ଡେଶନ ଲଗାନ୍ତୁ।
କଶକୁ ଖୋଲା ନ ରଖି ଖୋସା କରନ୍ତୁ।
ବର୍ଷାଦିନେ ଡେନିମ୍‌କୁ ସମ୍ପୂର୍ଣ୍ଣ ଭୁଲିଯାଆନ୍ତୁ। କାରଣ ଏହା ଓଦାହେଲେ ଶୁଖିବାକୁ ଅଧିକ ସମୟ ଲାଗିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel