ବର୍ଷାରେ ବେହାଲ ଭଦ୍ରକ: ୧୦୬୪.୦୩ ମିମି ବର୍ଷା ରେକର୍ଡ

ଭଦ୍ରକ ଅଫିସ, ୨୫।୧୦: ଭଦ୍ରକ ଜିଲାରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାର ଜିଲାରେ ୧୦୬୪.୦୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାସୁଦେବପୁର ବ୍ଲକରେ ସର୍ବାଧିକ ୨୨୩ ମିଲିମିଟର ବର୍ଷା ହୋଇଛି। ସେହିପରି ଭଣ୍ଡାରିପୋଖରୀରେ ସର୍ବନିମ୍ନ ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସହରର ବିଭିନ୍ନ ୱାର୍ଡରେ ବର୍ଷା ପାଣି ଜମିରହିଛି । ଜିଲାପ୍ରଶାସନ ଜଳନିଷ୍କାସନ ପାଇଁ ପମ୍ପ ଲଗାଇଥିବା ଜଣାପଡ଼ିଛି। କେତେକ ସ୍ଥାନରେ ନାଳଗୁଡିକୁ ସଫା କରାଯାଇଥିଲେ ମଧ୍ୟ ସହରର କେତେକ ୱାର୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୪ ନମ୍ବର ୱାର୍ଡ ସନ୍ଥିଆ ଜେନାସାହିରେ ବର୍ଷା ଜଳ ବନ୍ୟା ପରିସ୍ଥିତି ସୃଷ୍ଟିକରିଛି । ଗାଁର ନଳକୂପଗୁଡିକ ପାଣିରେ ବୁଡି ରହିଥିବା ବେଳେ ଗୃହପାଳିତ ପଶୁଙ୍କୁ ଘର ଭିତରେ ରଖାଯାଇଛି। ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛୁଟି ଘୋଷଣା କରାଯାଇଛି I