ବର୍ଷାରେ ବେହାଲ ରାଜଧାନୀ: ଇସ୍କନ ମନ୍ଦିର ଆଗରେ ପୁଣି ଭାସିଲା କାର୍‌, ବାଇକ୍‌; ରାସ୍ତାରେ କୃତ୍ରିମ ହ୍ରଦର ଭ୍ରମ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଯୋଜନା ଉପରେ ଯୋଜନା। ବର୍ଷା ଦିନେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଅବସ୍ଥା ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପ୍ରତିଶ୍ରୁତି। ହେଲେ ଫଳାଫଳ ଶୂନ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ମାର୍ଟସିଟିରେ ସମାନ ଅବସ୍ଥା ଭୋଗୁଛନ୍ତି ରାଜଧାନୀବାସିନ୍ଦା। ଶୁକ୍ରବାର ମାତ୍ର ୪୫ ମିନିଟ୍‌ର ବର୍ଷାରେ ରାଜଧାନୀ ବିଭିନ୍ନ ରାସ୍ତା ପାଣିରେ ଉବୁଟୁବୁ ହେବା ପରେ ଏଭଳି କିଛି ଆଲୋଚନା ହେଉଛି।

ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଯୋଗୁ ସୃଷ୍ଟ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଶୁକ୍ରବାର ସକାଳେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ରସୁଲଗଡ଼ ଛକ, ପିଏମ୍‌ଜି ରୋଡ୍‌, ଲକ୍ଷ୍ମୀସାଗର ଛକ, ଇସ୍କନ ମନ୍ଦିର, ନିଳାଦ୍ରିବିହାର ରାସ୍ତା ଆଦିରେ କୁତ୍ରିମ ହ୍ରଦର ଭ୍ରମ ସୃ୍‌ଷ୍ଟି ହୋଇଥିଲା। ଜନ୍ମାଷ୍ଟମୀ ହେତୁ ନୟାପଲ୍ଲୀ ଇସ୍କନ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା। ହେଲେ ବର୍ଷା ଯୋଗୁ ମନ୍ଦିର ରାସ୍ତା ଉପରେ ଅଣ୍ଟାଏ ପାଣି ହେବା ସହ କାର୍‌, ବାଇକ୍‌ ଆଦି ଭାସୁଥିବା ଦେଖିବାକୁ ମିଳିଛି। ତେବେ ପୂର୍ବରୁ କଟକ ଓ ଭୁବନେଶ୍ୱରରେ ଉପୁଜୁଥିବା ଏଭଳି ସ୍ଥିତିକୁ ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ସୁଦ୍ଧା ଏହି ପରିସ୍ଥିତିର ପୁନରାବୃତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପମିଶ୍ରିତ ଦେଶୀମଦ ଜବତ ଘଟଣା: ଫେରାର ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରୁ ଫେରାର ଥିବା ଚୋରାମଦ ମାଫିଆ ତ୍ରିଲୋଚନ ସାହୁଙ୍କୁ ଶୁକ୍ରବାର ସକାଳେ କେ.ନୂଆଗାଁ...

ପାକିସ୍ତାନରେ ହେବ ଷ୍ଟ୍ରାଇକ୍‌: ଭାରତର ମୁସଲମାନ ବନ୍ଧୁ ରାଷ୍ଟ୍ର ଏବେ କାହାପଟେ ହେବେ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଭାରତ ପାକିସ୍ତାନ ଉପରେ ଆତଙ୍କବାଦକୁ ସମର୍ଥନ କରୁଥିବାର ଅଭିଯୋଗ...

ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା: ମୃତ ପର୍ଯ୍ୟଟକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବୁଗୁଡା,୨୫।୪(କାଳୀଚରଣ ଦାଶ): ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡ଼ୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦୀଙ୍କ ବର୍ବରତା ସବୁ...

ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ...

ପାକିସ୍ତାନର ଏୟାରସ୍ପେସ ବନ୍ଦ, ହେବ ବଡ଼ ଆଟାକ୍‌! ମିଳିଲା ସଙ୍କେତ

ନୂଆଦିଲ୍ଲୀ,୨୫।୪: ଜମ୍ମୁ-କଶ୍ମୀରର ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।...

ଗଠନ ହେଲା ୫୪ ବିପର୍ଯ୍ୟୟ ପରିଚାଳନା କମିଟି, ଦୈବୀ ଦୁର୍ବିପାକ ମୁକାବିଲାରେ…

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସ୍‌ଡିଏମା ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ସହଯୋଗରେ ବାର୍ଡ ସଂସ୍ଥା ଦ୍ୱାରା ଭଞ୍ଜନଗରରେ ବ୍ଲକରେ...

ଦିଲ୍ଲୀରେ ଏବେ ଟ୍ରିପଲ୍‌ ଇଞ୍ଜିନ ସରକାର, ଭୁଶୁଡ଼ିଲା କେଜ୍‌ରିଓ୍ବାଲଙ୍କ କ୍ଷମତାର ଶେଷ ଦୁର୍ଗ

ନୂଆଦିଲ୍ଲୀ,୨୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାରଠାରୁ’ଟ୍ରିପଲ ଇଞ୍ଜିନ’ ସରକାର ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜା ଇକବାଲ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିଭଳି...

ଭାଇରସ୍‌ ସଂକ୍ରମଣରୁ ବଞ୍ଚାଇବ ଚୁଇଂ ଗମ୍‌: ଜାଣନ୍ତୁ କେମିତି….

କିଛି ଗବେଷଣା କହେ ଚୁଇଂ ଗମ୍‌ ଅଧିକ ଚୋବାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ହେଲେ ଏବେ ଏମିତି ଚୁଇଂ ଗମ୍‌ ତିଆରି କରାଯାଇଛି, ଯାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image