ବର୍ଷାରେ ବେହାଲ ରାଜଧାନୀ: ରାସ୍ତାରେ କୃତ୍ରିମ ବନ୍ୟାର ଭ୍ରମ, ଜନଜୀବନ ପ୍ରଭାବିତ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌, ପଟିଆ, ଆଚାର୍ଯ୍ୟବିହାର, ଇସ୍କନ ମନ୍ଦିର ଛକ, ରସୁଲଗଡ଼, ଏଜି ଛକ, ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ, ଏକ୍ସଆଇଏମ୍‌ବି ଛକ ଆଦି ସ୍ଥାନରେ ବର୍ଷା ପାଣି ଜମି ରହିବା ଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଲୋକେ ଘରୁ ବାହାରିପାରୁ ନ ଥିବା ବେଳେ ଟ୍ରାଫିକ୍‌ ସମସ୍ୟା ଦେଖାଦେବା ସହ ଜନଜୀବନ ପ୍ରଭାବିତ ହୋଇଛି। ତେବେ ଶୁକ୍ରବାର ମଧ୍ୟ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share