ବର୍ଷାରେ ଭିଜିପାରେ ନୂଆବର୍ଷ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି। ଶନିବାର ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀରୁ ତଳେ ଥିବା ଦେଖାଯାଇଛି। ଅପରପକ୍ଷେ ନୂତନ ବର୍ଷକୁ ଆଉ ତିନି ଦିନ ବାକି ଥିବା ବେଳେ ଏହି ସମୟରେ ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଜାନୁୟାରୀ ୨ରୁ ୪ ଯାଏ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୫ ଜିଲାରେ କୋଲ୍ଡ ଓ୍ବେଭ୍‌ ଓ୍ବାର୍ନିଂ ଦିଆଯାଇଛି। ଏଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Share