Advertisement

ବର୍ଷାରେ ଭିଜିଲା ଧାନ, ବିକି ନ ପାରି ମୁଣ୍ଡରେ ହାତ ଦେଇଛି ଚାଷୀ

ଜୟପୁର,୩୦ା୫(ନି.ପ୍ର.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଞ୍ଚଳର ଚାଷୀ ଲଗାଣ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମଣ୍ଡି ପାଇଁ ଅମଳ କରିଥିବା ରବିଧାନ ମୁକୁଳା ପଡ଼ିଥିବାରୁ ଲଗାଣ ବର୍ଷାରେ ଭିଜିଛି। କୁନ୍ଦୁରା ବ୍ଲକର ଡଙ୍ଗରପାଉଁସିରେ ଖୋଲା ପଡ଼ିଆରେ ଥିବା ଧାନ ଭିଜିବା ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ସେହିପରି ଜୟପୁର ବ୍ଲକ ସୌରଗୁଡ଼ା, ଜୟନ୍ତଗିରି ଓ ଚରଗାରେ ମଧ୍ୟ ସମାନ ଅବସ୍ଥା। ଚାଷୀ ବିଲରୁ ଧନ କାଟି ଖୋଳକୁ ଆଣିବା ପୂର୍ବରୁ ବର୍ଷାରେ ଭିଜିଛି। ଯଦିଓ ମେ’ ୨୦ରୁ କୋରାପୁଟ ଜିଲାରେ ରବି ମଣ୍ଡି ଆରମ୍ଭ ହୋଇଛି ହେଲେ ମିଲରଙ୍କ ଶୋଷଣ ନୀତି ଯୋଗୁ ଚାଷୀ ଧାନ ବିକି ପାରି ନ ଥିବାରୁ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share