କୁନ୍ଦୁରା,୩ା୬(ଡି.ଏନ୍.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ ରବି ଋତୁର ଧାନ ମଣ୍ଡି ହେବାକୁ ଥିବାବେଳେ ଅଚାନକ ବର୍ଷା ହେବା ଯୋଗୁ ଡଙ୍ଗରପାଉଁଶୀ ଅସ୍ଥାୟୀ ଧାନମଣ୍ଡିରେ ଗଦା କରାଯାଇଥିବା ୫ହଜାରରୁ ୬ ହଜାର କ୍ୱିଣ୍ଟାଲ ଧାନ ଭିଜୁଛି। ଫଳରେ ଗଜା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆର୍ଏମ୍ସି ପକ୍ଷରୁ ତାରପୋଲିନ୍ ଦିଆଯାଇ ନ ଥିବାରୁ ଚାଷୀ ଚିରାଫଟା ତାରପୋଲିନ ଘୋଡ଼ାଇ ଧାନର ସୁରକ୍ଷା କରିଛନ୍ତି। ୨୫ ମେ’ରେ ମଣ୍ଡି ହେବାର ଥିଲେ ହେଁ ଆଜି ପର୍ଯ୍ୟନ୍ତ ପ୍ରଶାସନର ଦେଖା ନାହିଁ। ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।