Categories: ମେଟ୍ରୋ

ବର୍ଷାରେ ରାସ୍ତା ଜଳମଗ୍ନ, ଲୋକେ ହନ୍ତସନ୍ତ

କଟକ ରୋଡ,୨୬।୭(ଡି.ଏନ୍‌.ଏ.) : ଲଘୁଚାପଜନିତ ବର୍ଷାରେ ଗୁରୁବାର ସନ୍ଧ୍ୟାରେ କଟକ ରୋଡ ଜଳମଗ୍ନ ହେବା ସହ ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ୱେର, ଝାରପଡା, ଶାନ୍ତିନଗର ଅଞ୍ଚଳରେ ବର୍ଷା ପାଣି ନିସ୍କାସିତ ହୋଇ ନ ପାରି ନାହିଁ ନ ଥିବା ସମସ୍ୟା ଦେଖାଦେଇଥିଲା। ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିବା ଫଳରେ ଲୋକେ ଯାତାୟତ ଅସୁବିଧା ଭୋଗିଥିଲେ। ଏଭଳି ଅତ୍ୟଧିକ ପାଣି ପ୍ରବାହିତ ହେବା ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଅଟକି ରହିଥିଲେ। ବର୍ଷା ସମୟରେ ପାଣି ନିସ୍କାସନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Share